ମଳୟ ପବନ (Malaya Pabana)

ସାଗରରୁ ମୋ ଆଗରେ
ମୋ ଦିଗରେ ଖୁବ୍ ବେଗରେ

ମଳୟ ପବନ..

ମଳୟ ପବନ
ବୋଳେ ତନମନ
ରେ ଘନ ଘନ
ଚନ୍ଦନ

କୋଣ କୋଣ କଣ କଣ
ରେ ସୁଲୁ ସୁଲୁ ଶିହରଣ

ଆଖି ମୁଜି ଯାଏ
ଖୋଜି ଖୋଜି ପାଏ 
ପୁଣି ହଜି ଯାଏ
ସ୍ପନ୍ଦନ!

ସମୟ ରେ ଯା ନା ବିତି
ଥମି ରହୁ ଅନୁଭୂତି

ମଳୟ ପବନ...

***

ପବନ ଉପରେ ବସି
କାହାର ସୁରଭି ଆସି
ମୋ ଭିତରେ ଯାଏ ପଶି
ମୋ ଭିତର ଯାଏ ବାସି 

ସାଗର କୂଳେରେ
ପ୍ରାଣ ମୋ ତୋଳେରେ
ଲହର ଲହର 
ଶ୍ଵାସର କାହାର
ଶ୍ୱାସ ରେ ମୋ ଘୋଳେରେ...

ସମୟ ରେ ଯା ନା ବିତି
ଥମି ରହୁ ଅନୁଭୂତି

ମଳୟ ପବନ...

***

ବାଲି ଘର କାଲି ଥର କରେ ତ ଭାଙ୍ଗି ଯିବ
ପାଦଚିହ୍ନ ଧୋଇ ହେଇ ଲିଭି ତରଙ୍ଗେ ଯିବ

ବାଲି ର କୋଳରେ
ଢେ଼ଉ ର ଦୋଳିରେ
ବୁଲି ବୁଲି ବସେ
ମୁଁ ଝୁଲି ଝୁଲି ହସେ

ସୁଲିସୁଲିଆ
ଏ ତିନି ଦୁନିଆ
ର ମୃଦୁ ଅନୁଭୂତି
ମଧୁମୟ ସ୍ମୃତି

ଶାମୁକା ପରି ସଜେଇ
ବାଲି ରେ ପୁଣି ହଜେଇ
ପାଣି ରେ ମିଶି ଯିବି
ଫେଣ ରେ ଦିଶି ଯିବି...

ସାଗରରୁ ମୋ ଆଗରେ
ମୋ ଦିଗରେ ଖୁବ୍ ବେଗରେ

ମଳୟ ପବନ..
ମଳୟ ପବନ
ବୋଳେ ତନମନ
ରେ ଘନ ଘନ
ଚନ୍ଦନ

କୋଣ କୋଣ କଣ କଣ
ରେ ସୁଲୁ ସୁଲୁ ଶିହରଣ

ଆଖି ମୁଜି ଯାଏ
ଖୋଜି ଖୋଜି ପାଏ 
ପୁଣି ହଜି ଯାଏ
ସ୍ପନ୍ଦନ!

ସମୟ ରେ ଯା ନା ବିତି
ଥମି ରହୁ ଅନୁଭୂତି

ମଳୟ ପବନ..

Comments

Popular posts from this blog

IT'S YOUR DEPARTURE

तेरे हिज्र में