Utkalika
Utkalika 3.0
ଉତ୍କଲିକା (6)
ଓଡ଼ିଆ ଲୋକ ତ ସମାଲୋକ
ସ୍ନେହ ଶ୍ରମ ସରଳତାର
ଭାରି କର୍ମଠ ଭାରି ଭଲ ପାଠ
ଖଣି କଳା କୁଶଳତାର
କେତେ ଉଜ୍ଜୋଗୀ କେତ ଉପଯୋଗୀ
ସବୁ ଉପଲକ୍ଷେ ଉପଯୁକ୍ତ
ବ୍ୟଞ୍ଜନ ବିବିଦ୍ଧ ଶିଳ୍ପ ପ୍ରସିଦ୍ଧ
ସବୁ ରସ ଭାବ ବ୍ୟକ୍ତ
*
କଳିଙ୍ଗ ରେ ଜନ୍ମ ହେଲେ ପାଦପଦ୍ମ
ଦେଲେ ଦୂରଦ୍ରଷ୍ଟା ଦେଶଭକ୍ତ
କି ଦେଖିଲେ ଦୃଶ୍ୟ ଲେଖିଲେ ଭବିଷ୍ୟ
କଲମ ତୁଳିରେ ଉକ୍ତ
ଆଗେ ଆଗେ ବଢି ଥିଲେ
ଲଢ଼ି ଥିଲେ
ଥିଲେ ସହି
ଥିଲା ବହି
ସବୁ ଏହି ସନ୍ତାନଙ୍କର ଲୁହ ସ୍ବେଦ ରକ୍ତ
ତ ହେଲୁ ମୁକ୍ତ
*
ଉତ୍କଳର ପାଣି ପବନ ର ରାଣୀ
କେତେ କୀର୍ତ୍ତି ସିଦ୍ଧି ର ବୀରା
ନୃତ୍ୟ କ୍ରୀଡା କଷଣ ପୀଡା
ଆପଣେଇ ଜୀବନ ସାରା
କେତେ କେତେ କଳାକାର
ଗଳା ଯା'ର
ଅଭିନୟ
ବି ମଧୁମୟ
ଗୀତ ଗାଇ ଭଲ ପାଇ ପ୍ରିୟ ହେଲେ ଆମର
ହେଲେ ଅମର
*
ଆମର ଆଭା ଆମର ପ୍ରତିଭା
ଧ୍ରୁବତାରା ଭଳିଆ ଅଲିଭା
ଦିନ ଢଳିଲେ ବି ମେଘ ଖେଳିଲେ ବି
ଉଜ୍ଜ୍ୱଳ ଉତ୍କଳିକା
ପ୍ରକୃତି ର କୋଳ, ଆମକୁ କୋମଳ
ମାଟିରେ ଗଢି ବଢି ପୂର୍ଣ୍ଣ
ସୂର୍ଯ୍ୟ ଆଖି କରି ସୁର୍ଯ୍ୟମୁଖୀ ପରି
ହସି କର୍ମ କରି କ୍ଷୁର୍ଣ୍ଣ
ଉତ୍କଲିକା (10)
Comments
Post a Comment