ଯିବା ବେଳେ (It's Your Departure)

ଯିବା ବେଳେ

ଯିବା ବେଳେ
ଏତେ ତରତର କାହିଁ

ଯିବା ବେଳେ
ଏତେ ତରତର କାହିଁ

ରୁହ ଦେଖି ନିଏ
ଜୁଇରେ ଚଢାଇବା ଆଗରୁ

କେମିତି ଦିଶୁଥାଏ
ଗୋଟେ ସାଦା ମଣିଷର ଗଢଣ

ଆଗରୁ ହଟାଇ ନିଅ
ଏତେ ଦିନ ଗୋଟେ ମିଛ ପରିଚୟ
ର ଚମକ ଚାହାଣିକୁ 
ଦେଖାଇଥିଲା ଯେ ମାୟା ଦର୍ପଣ

ଯିବା ବେଳେ
ଏତେ ତରତର କାହିଁ

**

ରୁହ ଟିକେ
ଅଟକି ଯା ପ୍ରାଣପକ୍ଷୀ

ରୁହ ଟିକେ
ଅଟକି ଯା ପ୍ରାଣପକ୍ଷୀ

ଶୂନ୍ୟ ଉଡାଣ ଭରି
ବା ଆଗରୁ ଅଛି ଥରେ 

ଦେଖିବାକୁ କେମିତି 
ମେଲାଣି ବେଳେ କେତେ

ପ୍ରିୟଜନ ଦିଶୁ ଛନ୍ତି
ଛାଡି ସବୁ ଜୀବନର ଜଂଜାଳ 

ପରିଜନ ଆସି ଛନ୍ତି 
ଶବାଧାରେ ଦେଇ ଶେଷ ତର୍ପଣ 

ଯିବା ବେଳେ
ଏତେ ତରତର କାହିଁ

**

ଥାଉ ଥାଉ 
ଯିବା ଯିବା ବେଳେ ଆଉ 

ଥାଉ ଥାଉ 
ଯିବା ଯିବା ବେଳେ ଆଉ 

କାହିଁ ଏ ଲୋଡିବାପଣ 
ମଂଚରେ ଜୀବନ

ମ୍ଯୁଜିକାଲ ଚେୟାର ର ଖେଳ
ଏଲିମିନେଟ୍ ର ବେଳ

ରେ ଉଦାସ
ଏ ତୋର ମନ କାହିଁ 

ରେ ଉଦାସ
ଏ ତୋର ମନ କାହିଁ

ରୁହ ଟିକେ
ଅଟକି ଯା ପ୍ରାଣପକ୍ଷୀ

ଥାଉ ଥାଉ 
ଯିବା ଯିବା ବେଳେ ଆଉ

ଯିବା ବେଳେ
ଏତେ ତରତର କାହିଁ

ଯିବା ବେଳେ
ଏତେ ତରତର କାହିଁ

Comments

Popular posts from this blog

Goldman's Algorithm for Chest Pain

तेरे हिज्र में

Drop